କି ଦସ ଥିଲା ଲୋ ମୋ ପ୍ରେମ ର
ପାଦରେ ଆଡେଇ ଦେଲୁ କରି ନିଜର
ଏଇ ସାହାରା ଛାଇ ବାଟ ନେଲୁ କଡେଇ
ସରିଗଲା ମୋ ପ୍ରେମର ଶେଷ ଅଧ୍ୟାୟ
ପ୍ରେମ ନୁହେଁ ବାଲିଘର ଗଢି ଭାଙ୍ଗି ନେଲୁ
ସାତ ଜନମ ଭରସା ଦେଇ କୁଆଡେ ତୁ ଗଲୁ
ଓ ହାତ ରେ ମୋ ହାତ ରଖି କଥା ଦେଇ ଥିଲୁ
ଛଳନା ର ସେ ଅପନ୍ତରାରେ କଳଙ୍କ ବଳିଲୁ
ଆଉ ଫେରିବ ନାହିଁ ମୋ ସପନ ନଈ
ସରିଗଲା ମୋ ପ୍ରେମର ଶେଷ ଅଧ୍ୟାୟ
ଥିଲା ପ୍ରିୟ ତୋମନରେ ମିଛ ର କୁହୁଡି
ସାହାରା ଭାବି ଧରିଥିଲି ମୁଁ ତତେ ଲୋ ଜାବୁଡି
ହୋ ପଥର ରେ ଗଢ଼ା ବୋଧେ ତୋ ନିଷ୍ଠୁର ହୃଦୟ
ସରଳ ଟେ ଥିଲି ବୋଲି ଲୋ ନେଲୁ କି ବିଦାୟ
କି ଭୁଲ ଥିଲା କହ ହେଲୁ ଏଡ଼େ ନିର୍ଦୟ
ସରିଗଲା ମୋ ପ୍ରେମର ଶେଷ ଅଧ୍ୟାୟ